କ୍ଷମା ମାଗିଲେ ସ୍ୱାଧୀ ପ୍ରଜ୍ଞା
କ୍ଷମା ମାଗିଲେ ସ୍ୱାଧୀ ପ୍ରଜ୍ଞା
admin
Nov 29, 2019 - 10:34
Updated: Nov 29, 2019 - 10:34
ନୂଆଦିଲ୍ଲୀ: ଶେଷରେ କ୍ଷମା ମାଗିଛନ୍ତି ଭୋପାଳର ବିଜେପି ସାଂସଦ ସ୍ୱାଧୀ ପ୍ରଜ୍ଞା । ନାଥୁରାମ ଗଡସେକୁ ଦେଶଭକ୍ତ କହିବା ପ୍ରସଙ୍ଗରେ ସ୍ୱାଧୀ ପ୍ରଜ୍ଞା କ୍ଷମା ମାଗିଛନ୍ତି । ବିଜେପି ହାଇକମାଣ୍ଡଙ୍କ ପକ୍ଷରୁ ଚାପ ପରେ ସେ କ୍ଷମା ମାଗିଛନ୍ତି । ଯଦି ମୋ ବୟାନ ଦ୍ୱାରା କାହାକୁ ଆଘାତ ଲାଗିଥିବ ସେଥିପାଇଁ ମୁଁ ଦୁଃଖିତ ବୋଲି କହି ସେ କ୍ଷମା ମାଗିଛନ୍ତି । ତେବେ ତାଙ୍କ ବୟାନକୁ କଦର୍ଥ କରାଯାଇଥିବା ସେ କହିଛନ୍ତି ।
ପ୍ରକାଶ ଯେ, ସୂଚନାଯୋଗ୍ୟ, ଗତ ବୁଧବାର ପ୍ରଜ୍ଞା ଠାକୁର ଲୋକସଭାରେ ନାଥୁରାମ ଗୋଡ୍ସେଙ୍କୁ ଦେଶଭକ୍ତ ବୋଲି କହିଥିଲେ। ତାଙ୍କର ଏହି ମନ୍ତବ୍ୟ ପାଇଁ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା। ଏହି ପ୍ରସଙ୍ଗରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସମାଲୋଚନା କରିବା ସହିତ ଏ ବିଷୟରେ ଚିନ୍ତା କରି ଉପଯୁକ୍ତ ନିଷ୍ପତ୍ତି ନେବା ଉଚିତ, ଯାହା ଦେଶ ପାଇଁ ହିତକର ବୋଲି କହିଥିଲେ। ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ଗୁରୁବାର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପ୍ରଜ୍ଞା ଠାକୁର ଯାହା କହିଛନ୍ତି ତାହା ବିଜେପି ଏବଂ ଆରଏସଏସ ମନରେ ଅଛନ୍ତି ବୋଲି କହିଥିଲେ। ଏହାକୁ ଲୁଚାଯାଇ ପାରିବ ନାହିଁ ବୋଲି ରାହୁଲ କହିଥିଲେ।